ଯାଆଁଳା ଛୁଆର ମା’ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍
ଭୁବନେଶ୍ବର(ଆମ ଟିଭି): ଯାଆଁଳା ଛୁଆର ମା’ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଝିଲିକ୍। ସବୁଠୁ ବଡ଼ କଥା ହେଉଛି ଆଜି ଝିଲିକଙ୍କର ମଧ୍ଯ ଜନ୍ମଦିନ ।
କହିରଖୁ କି, ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ପତ୍ନୀ ହେଉଛନ୍ତି ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ୨୦୨୦ ମସିହାରେ ଚିଲିକାର ଏକ ରିସୋର୍ଟରେ ଦୁଇ ଜଣଙ୍କ ବିବାହ ହୋଇଥିଲା। ପ୍ରୀତି ରଞ୍ଜନଙ୍କ ବାପା ହେଉଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇ ।