ଚଳଚ୍ଚିତ୍ର “ପ୍ରୀତି ବନ୍ଧନ”ଶୁଭମୁକ୍ତି ମେ ମାସରେ
ଭୁବନେଶ୍ୱର : ନେକ୍ସ୍ଟଡୋର୍ ଫିଲ୍ମସ୍ ବ୍ୟାନର୍ରେ ନିର୍ମିତ ଓଡିଆ ଚଳଚ୍ଚିତ୍ର
*ପ୍ରୀତି ବନ୍ଧନ* ସେନସର ଶେଷ ହୋଇ ଆସନ୍ତା ମେ ମାସରେ ମୁକ୍ତି ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ନିଛକ ଓଡିଆ ଘରର କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରଥମ ଅବଦାନ । ଏହା ଆମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଅତି ନିକଟରୁ ଦର୍ଶକ ମାନଙ୍କୁ ପରିଚିତ କରିବା ବୋଲି ପ୍ରଯୋଜନା ସଂସ୍ଥା ଜୋର ଦେଇ କହିଛି ।
ପ୍ରଶାନ୍ତ କୁମାର ନାୟକ ଓ ନରେନ୍ଦ୍ର ପାତ୍ର ପ୍ରଯୋଜିତ ଏକ ତ୍ରିକୋଣୀୟ ପ୍ରେମର କାହାଣୀ “ପ୍ରୀତି ବନ୍ଧନ”ର ନିର୍ଦ୍ଦେଶନା ଦାୟିତ୍ଵରେ ଅଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ତଥା ଅଭିନେତା ରାଶେସ ମହାନ୍ତି (ସିଲୁ) | ସଙ୍ଗୀତ ସଜାଇବାର ଭାର ସମ୍ଭାଳିଛନ୍ତି ମେଲୋଡି ମେକର ତଥା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର୍। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୃତି ଆର୍ ଓ ସୁଧାକର ବସନ୍ତ ।କ୍ରିଏଟିଭ୍ ହେଡ୍ ଓ ମିଡିଆ ପ୍ଲାନର ଭାବେ ପ୍ରଣୟ ଜେଠୀ ଅଛନ୍ତି।
ଚଳଚିତ୍ରର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଭାବରେ ସମ୍ବିତ , ତମନ୍ନା ଓ ତୃପ୍ତି ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, ତୃପ୍ତି, ପୃଥ୍ଵୀରାଜ ନାୟକ, ଭୁପତି ତ୍ରିପାଠୀ, କେଦାର ମିଶ୍ର, ଥିନ୍, ସାରା ଅପା, ଅଳକା, ପ୍ରଶାନ୍ତ ନାୟକ, ନୂପୁର ଓ ସସ୍ମିତା ନଜର ଆସିବେ |