ହିମାଳୟର ପାଦ ଦେଶରେ ସୁଟିଂ ହୋଇଥିବା ମ୍ୟୁଜିକ୍ ଭିଡିଓ ‘ବରଫି’ ୫ଏପ୍ରିଲ ରେ ମୁକ୍ତିଲାଭ କରିଛି

0

ଭୁବନେଶ୍ୱର (ଆମ ଟିଭି): ଟିମ୍ ଜିଆର ରେକର୍ଡସ୍ ପ୍ରସ୍ତୁତ କରିଛି ଏକ ମ୍ୟୁଜିକ ଭିଡିଓ ଯାହା ହିମାଳୟ ର ପାଦ ଦେଶରେ ସୁଟିଂ ହୋଇଛି l ମନାଲିର ମନୋରମ ଅଞ୍ଚଳରେ ସୁଟ୍ ହୋଇଥିବା ଏକ ଅଭିନବ ମ୍ୟୁଜିକ୍ ଭିଡିଓ ଯାହା ଆପଣଙ୍କୁ ଏକ ଚମତ୍କାର ଅଭିଜ୍ଞତା ଦେବା ସହ ଆପଣ ପାଇବେ ଉଚ୍ଚକୋଟିର ସିନାମାଟୋଗ୍ରାଫି ଏବଂ ଫ୍ଯାଶନ୍ l

ମାଇନସ୍ ଡିଗ୍ରୀରେ ସୁଟିଂ କରିବା କେବେ ସହଜ କାମ ନୁହେଁ l କାମ ପାଇଁ ସମର୍ପଣ ସହିତ ଟିମ୍ ଜିଆର ରେକର୍ଡସ୍ ର ଅଦମ୍ୟ ମନୋବଳ ଏହି ଏହି ମ୍ୟୁଜିକ୍ ଭିଡିଓକୁ ବରଫରେ ପରିପୂର୍ଣ୍ଣ ପର୍ବତ ମଧ୍ୟରେ ସଫଳତାର ସହ ସୁଟିଂ କରିଥିଲା |

ଦକ୍ଷିଣ ହିରୋଇନ୍ ମୋନିକା ସମଦର ଓ ଓଡିଆ ଅଭିନେତା ରାକେଶ କୁମାର ପାଢୀ ଓ ନିର୍ଦ୍ଦେଶକ “ହାପି ଚନ୍ଦନ୍” ଙ୍କ ସହିତ ଏକ ନିଖୁଣ ଚରିତ୍ର ଦର୍ଶକଙ୍କୁ ଦେଖାଇଛନ୍ତି | ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜକ ଜ୍ଞାନ ରଞ୍ଜନ ବେହେରା ହୋଇଥିବା ବେଳେ ଓଡିଶାର ଜଣେ ବେଷ୍ଟ ସିନେମାଟୋଗ୍ରାଫର ବିଶ୍ୱ ଭୂଷଣ ମହାପାତ୍ର ନିର୍ଦ୍ଦେଶନା ଦେଇଛନ୍ତି l ଏହି ଗୀତର ସ୍ୱାଦ କୁ ଦୃଷ୍ଟି ରେ ରଖି ଓଡିଶା ର ଲୋକପ୍ରିୟ ଡିଜାଇନର ସିପ୍ରା ଦାଶ ଙ୍କ ଦ୍ୱାରା ଡିଜାଇନ କରା ଯାଇଥିବା ପୋଷାକ ଯାହାର ବ୍ରାଣ୍ଡ ତାସା ୱିଙ୍ଗସ ନାମରେ ନାମିତ ତାହା ଏହି ମ୍ୟୁଜିକ ଭିଡିଓ ରେ ବ୍ୟବହାର ହୋଇଛି l ମ୍ୟୁଜିକ୍ ଭିଡିଓ ପାଇଁ ସସ୍ମିତା ପଣ୍ଡା, ମିଥୁନ ଓ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ବିଶେଷ ଧନ୍ୟବାଦ ଦିଆଯାଇଛି | ହିମାଳୟର ବରଫ ପରି ଓଡ଼ିଶାର ଲୋକପ୍ରିୟ ଗାୟିକା ଆସିମା ପଣ୍ଡା ଏବଂ ସୌରଭ ଭରଦ୍ୱାଜଙ୍କ ସ୍ୱର ସମସ୍ତଙ୍କ ହୃଦୟକୁ ତରଳେଇ ଦେବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି ଏବଂ କହିଛି ଯେ ଓଡିଶାର ଅନେକ ସହରାଞ୍ଚଳର ଲୋକମାନେ ଓଡିଆ ଗୀତ ଦେଖୁ ନାହାଁନ୍ତି | ସେଥିପାଇଁ ଆମେ ଏକ ଭିନ୍ନ ପ୍ରୟାସ କରିଛୁ ଏହି ମ୍ୟୁଜିକ୍ ଭିଡିଓ ‘ବରଫି’ ଜରିଆରେ | ଯଦି ଦର୍ଶକମାନେ ଏହାକୁ କିଛି ସମର୍ଥନ ଏବଂ ଭଲ ପାଇବା ଦିଅନ୍ତି, ତେବେ ଆମେ ଆଗାମୀ ଦିନରେ ଏହିପରି ଅଧିକ କାର୍ଯ୍ୟ କରିବାକୁ ସମର୍ଥ ହେବୁ ।

Leave A Reply

Your email address will not be published.