ଘୋଷଣା ପୂର୍ବରୁ ଜଣା ପଡ଼ିଗଲା ଅରିନ୍ଦମଙ୍କ ଆଗାମୀ ଫିଲ୍ମର ନାଁ
ଭୁବନେଶ୍ୱର(ଆମ ଟିଭି): ଓଲିଉଡ ସୁପରଷ୍ଟାର ଅରିନ୍ଦମ ରୟ କିଛି ମାସ ହେବ ଓଡିଆ ସିନେମା ଜଗତରୁ ଦୂରରେ ଥିଲେ, ତେବେ ବହୁ ଦିନ ପରେ ପୁଣି ଓଡିଆ ରୁପେଲି ପରଦାକୁ ଫେରୁଛନ୍ତି । ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ସହିତ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି
ଅରିନ୍ଦମ ଦୀର୍ଘ ବର୍ଷର ନୀରବତା ପରେ ଏକ ନୂଆ ଧମାକାଧାର ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି। ଅରିନ୍ଦମ ବାବୁ ଭାଇଜାନ୍ ପରେ କିଛିଦିନର ନିରବତା ଭଙ୍ଗ କରି ନୂଆଲୁକ୍ ନୂଆ କାହାଣୀ ସହ ଦଶହରାରେ ଧମାଲ୍ କରିବେ ବୋଲି ପ୍ରଶଂସକ ମହଲରୁ ଆଶା ପ୍ରକଟ କରାଯାଇଛି।
ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି। ହେଲେ ଫିଲ୍ମର ସମ୍ପୂର୍ଣ ଷ୍ଟାର କାଷ୍ଟ ତଥା ଫିଲ୍ମର ନାଁ ଘୋଷଣା ଏପର୍ଜୟନ୍ତ ପ୍ରଯୋଜନା ସଂସ୍ଥା କରିନାହିଁ ହେଲେ ବିଶେଷ ସୂତ୍ରରୁ ଖବର ମିଳିଛିଯେ ଫିଲ୍ମର ପ୍ରଥମ ଅକ୍ଷର କୁଆଡ ଇଂରାଜୀ ଅକ୍ଷର ଆର୍ (R) । ଇଂରାଜୀ ଅକ୍ଷର ଆର୍ ରୁ ବହୁ ଫିଲ୍ମର ନାଁ ତ ହୋଇପାରିବ ତେଣୁ ପ୍ରକୃତରେ କଣ ରହିବ ଫିଲ୍ମର ନାଁ ଏପର୍ଜୟନ୍ତ ସନ୍ଦେହ ମଧ୍ୟରେ ଅଛି ଓ ଫିଲ୍ମର ନାଁ କୁ ନେଇ ସୋସିଆଲ ମିଡିଆରେ ଦର୍ଶକଙ୍କ ତର୍ଜମା ଚାଲିଛି ।
ଫିଲ୍ମଟି ଦଶହରାରେ ମୁଜ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ସୁଟିଙ୍ଗ ଆରମ୍ଭ ହେବାକୁ ସମସ୍ତ ପ୍ରସ୍ତୁତି ସରିଛି । ଚଳଚ୍ଚିତ୍ରର ପ୍ରଚାର ପ୍ରସାରରେ ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି ।