ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲି ଏକ ବଡ଼ ଘୋଷଣା ହୋଇପାରେ। ଏ ପର୍ଯ୍ୟନ୍ତ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ସ୍ଥିର ହୋଇ ନ ଥିବା ବେଳେ ସୋମବାର ଏଥିପାଇଁ ନାମ ଘୋଷଣା ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମନୋନୟନ ନିମନ୍ତେ ବିଜେପି ପକ୍ଷରୁ ଦଳୀୟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହି ୩ଟି ରାଜ୍ୟ ଲାଗି ୩ଜଣ ଲେଖାଏଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ପର୍ଯ୍ୟବେକ୍ଷକଙ୍କ ତତ୍ତ୍ବାବଧାନରେ ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀ ମନୋନୟନ କରାଯିବ।
ଆଜି ରାଜସ୍ଥାନ ଓ ଛତିଶଗଡରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବିଧାୟକ ଦଳ ନେତା ନିର୍ବାଚନ କରାଯିବ। ତେବେ ମଧ୍ୟପ୍ରଦେଶରେ ଡିସେମ୍ବର ୧୧ରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ତିନି ରାଜ୍ୟର ବିଧାୟକ ଦଳ ବୈଠକ ପରେ ନିର୍ବାଚିତ ନେତାଙ୍କ ନାମକୁ କେନ୍ଦ୍ରୀୟ ନେତାଙ୍କ ଅନୁମୋଦନ ନିମନ୍ତେ ପଠାଯିବ।