ଭୂକମ୍ପରେ ଥରିଲା ମହାରାଷ୍ଟ୍ରର ନାସିକ୍ ଅଞ୍ଚଳ

0

ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ରରେ ଭୂକମ୍ପ । ଭୂମିକମ୍ପରେ ଦୋହଲିଲା ମହାରାଷ୍ଟ୍ରର ନାସିକ ଅଞ୍ଚଳ। ଆଜି ଭୋରୁ ଏଠାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ନାସିକଠାରୁ ୮୯ କିଲୋମିଟର ଦୂରରେ ଆଜି ସକାଳ ପ୍ରାୟ ୪.୪ ସମୟରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ଗଭୀରତା ଭୂମିଠାରୁ ୫ କିମି ତଳେ ଥିଲା। ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି କି କିଛି କ୍ଷୟକ୍ଷତି ଘଟିନାହିଁ।

ଏହାପୂର୍ବରୁ ଗତକାଲି ଲଦାଖର କାରଗିଲ୍ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୩। ଭୂମିକମ୍ପର କେନ୍ଦ୍ରସ୍ଥଳ କାରଗିଲ ଠାରୁ ୧୯୧ କିଲୋମିଟର ଉତ୍ତରରେ ଥିଲା। ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ଥିବା ବୈଜ୍ଞାନିକମାନେ ସୂଚନା ଦେଇଥିଲେ। ସେହିପରି ଦିଲ୍ଲୀ ଏନ୍ସିଆର୍ ଓ ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ନଭେମ୍ବର ୧୨ ତାରିଖ ସନ୍ଧ୍ୟାରେ ଭୂମି ଦୋହଲିବାକୁ ଲାଗିଥିଲା।

Leave A Reply

Your email address will not be published.