ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ଗାଡ଼ ହୋଇଯାଇଛି

0

ପୁରୀ (ଆମ ଟିଭି): ବିପଦରେ ବଡ଼ ଦେଉଳ । ଭକ୍ତଙ୍କ ପାଇଁ ଅସୁରକ୍ଷିତ । କେଉଁଠି ଫାଟ ଦିଶିଲାଣି ତ ଆଉ କେଉଁଠି ପ୍ଲାଷ୍ଟର ଖସିଲାଣି । ଏହାରି ଭିତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ଫାଟି ଗାଡ଼ ହୋଇଯାଇଛି। ଯେଉଁ ଫାଟର ଲମ୍ବା ୭ ଫୁଟ ହୋଇଥିବା ବେଳେ ଗଭୀରତା ୭ ଇଞ୍ଚ ରହିଛି। ୧୦ ଇଞ୍ଚ ପ୍ରସ୍ଥ ଓ ୨୦ ଫୁଟ୍ ଲମ୍ବ ବିମ୍ ଉପରେ ଏହି ଫାଟ ସୃଷ୍ଟି ହୋଇଛି। ୪ ବର୍ଷ ହେବ ଏହି ଫାଟ ମେଲିମେଲି ଚାଲିଛି। ତେବେ ଏହି ଫାଟ ମରାମତି କିପରି ହେବ ତାହା ସ୍ଥିର ହୋଇପାରିନି, ଝୁଲି ରହିଛି। ଏଏସ୍ଆଇ ଫାଟ ମରାମତି ନିମନ୍ତେ ପଦକ୍ଷେପ ନେଉ ନ ଥିବା ବେଳେ କୋର କମିଟି ବିଶେଷଜ୍ଞ ଏହା ଉପରେ ଭିନ୍ନ ଭିନ୍ନ ମତ ଦେଉଥିବା ନେଇ ଏବେ ଚିତ୍ର ସାମ୍ନାକୁ ଆସିଛି। କିଏ କହିଛି ବିମ୍ ବଦଳାଇ ଦେବା ତ, ପୁଣି କିଏ କହୁଛି ବିମ୍କୁ ଗ୍ରାଉଟିଂ କରି ମରାମତି କରାଯାଇପାରିବ। ଏନେଇ ଆଜି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଏନ୍.କେ ମହାନ୍ତି ଗଣମାଧ୍ୟମକୁ ବିସ୍ତୁତ ସୂଚନା ଦେବା ପରେ ସବୁ କଥା ସ୍ପଷ୍ଟ ହୋଇଛି। ତେବେ ଶ୍ରୀମନ୍ଦିର ମରାମତି କରାଯିବା ଉପରେ ହାଇକୋର୍ଟଙ୍କ ନଜର ପଡ଼ିବା ପରେ ଆଉ ଏଏସ୍ଆଇ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଏବାବଦରେ ଢିଲା ଦେବେ ନାହିଁ ବୋଲି ସେ ଆଶା ପ୍ରକାଶ କରି କହିଛନ୍ତି।

ସେ କହିଛନ୍ତି, ଆଜି ଶ୍ରୀମନ୍ଦିର ନାଟ ମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍। କ୍ରାକ୍ ମିଟର ମନିଟରିଂ କରାଯାଇଛି। ଏଏସ୍ଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ନାଟ ମଣ୍ଡପର ସ୍ଥିତି ଅନୁଧ୍ୟାନ କରିଥିଲା। ଏହି ସମୟରେ ସେ ଓ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକ୍ଷକ ଓ ଆଇଆଇଟି ଚେନ୍ନାଇରୁ ପ୍ରଫେସର ଅରୁଣ ମେନନ୍ ଉପସ୍ଥିତ ଥିଲେ। ନାଟମଣ୍ଡପ ଉପରକୁ ଯାଇ ସମସ୍ତେ ସ୍ଥିତି ଦେଖିଥିଲେ। ପରେ ଏନେଇ ଏକ ଆଲୋଚନା ବୈଠକ ହୋଇଥିଲା। ଯେଉଁଠି ଏଏସ୍ଆଇ ଓ ଟେକ୍ନିକାଲ କମିଟି ସଦସ୍ୟମାନେ ସେମାନଙ୍କ ମତ ଦେଇଥିଲେ।

Leave A Reply

Your email address will not be published.