ନୂଆ ଦଳ ଗଢ଼ିବେ ଗୁଲାମନବୀ, ଦଳର ନାମ ଓ ପତାକା ସ୍ଥିର କରିବେ ଜମ୍ମୁ କାଶ୍ମୀରବାସୀ

0

ନୂଆଦିଲ୍ଲୀ(ଆମ ଟିଭି): ନୂଆ ଦଳ ଗଢ଼ିବେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦ । ସପ୍ତାହକ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଲାମନବୀ ନୂଆ ଦଳ ଗଢ଼ିବାକୁ ଘୋଷଣା କରିଥିଲେ । ଦଳ ଘୋଷଣା ପୂର୍ବରୁ ଗୁଲାମନବୀ ରାଲି କରିଛନ୍ତି । କିଛି ଦିନ ପରେ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଦଳ ଗଠନ ଗୁରୁତ୍ବପୂର୍ଣ୍ଣ ରହିଛି । ଜମ୍ମୁ କାଶ୍ମୀରବାସୀ ନୂତନ ଦଳର ନାମ ଓ ପତାକା ସ୍ଥିର କରିବେ ବୋଲି କହିଛନ୍ତି ଗୁଲାମନବୀ  ।

ଯଦିଓ କୌଣସି ଦଳ ସହ ମେଣ୍ଟ କରିବାକୁ ଗୁଲାମନବୀ ଅଗ୍ରାହ୍ୟ କରିଥିଲେ, ତଥାପି ନୂଆ ଦଳ ସମ୍ଭବତଃ ବିଜେପି କିମ୍ବା କୌଣସି ପ୍ରମୁଖ ଦଳ ସହ ମେଣ୍ଟ କରିବାର ସମ୍ଭାବନା ଅଛି । ୭୩ ବର୍ଷ ବୟସ୍କ ଗୁଲାମନବୀଙ୍କ ଇସ୍ତଫା ପରେ ଜମ୍ମୁ ଓ କାଶ୍ମୀରର ବହୁ ନେତା ଓ କର୍ମୀ ବି କଂଗ୍ରେସ ତ୍ୟାଗ କରିଛନ୍ତି । ନିଜର ଇସ୍ତଫାପତ୍ରରେ ଗୁଲାମନବୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଗୁଲାମନବୀଙ୍କ ଇସ୍ତଫା ଦଳ ଲାଗି ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି ।

Leave A Reply

Your email address will not be published.