ଗତକାଲି ବୋର୍ ୱେଲରୁ ଉଦ୍ଧାର ହୋଇଥିବା ନବଜାତକର ଚିକିତ୍ସା ବୁର୍ଲା ଭିମସାର୍ ରେ ଚାଲିଛି

0

ସମ୍ବଲପୁର (ଆମ ଟିଭି): ଗତକାଲି ସମ୍ୱଲପୁର ରେ ଦେଖିବାକୁ ମିଳିଥିଲା ବୋର୍ ୱେଲ୍ ଟ୍ରାଜେଡି । ଗତକାଲି ଉଦ୍ଧାର ହୋଇଥିବା ନବଜାତକ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛି । ଏକ ସ୍ୱତନ୍ତ୍ର ଆମ୍ବଲାନ୍ସ ଯୋଗେ ଉଦ୍ଧାର ପରେ ଅଣାଯାଇଛି ଏହି ଶିଶୁକନ୍ୟାକୁ । ଗତକାଲି ଦିନ ପାଖାପାଖି ୨ଟା ବେଳେ ଖବର ମିଳିଥିଲା ଯେ, ସମ୍ବଲପୁର ରେଙ୍ଗାଲି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲରେ ପଡ଼ିଯାଇଛି ନବଜାତ ଶିଶୁ । ଜଣେ ମହିଳା ସେଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ଶୁଣିବାକୁ ପାଇଥିଲେ ।

ଆଉ ତୁରନ୍ତ ଏହି ଖବର ପୁଲିସ ଓ ଅଗ୍ନିଶମ ବାହିନୀ ପାଖରେ ପହଞ୍ଚିଥିଲା । ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରେଙ୍ଗାଲି ଫାୟାର ଷ୍ଟେସନକୁ ଖବର ଦେଇଥିଲେ । ପରେ ସମ୍ବଲପୁର ଅଗ୍ନିଶମ ବିଭାଗର ଟିମ୍ ସାମିଲ ହୋଇଥିଲା ।

Leave A Reply

Your email address will not be published.