ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର
ନୂଆଦିଲ୍ଲୀ (ଆମ ଟିଭି): ଘୋଷଣା ହେଲା ଚଳିତ ବର୍ଷ ନୋବେଲ ପୁରସ୍କାର । ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଉଛି । ଏହାରି ଭିତରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ୩ ପଦାର୍ଥର୍ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ । ଆଲେନ ଆସପେକ୍ଟ, ଜନ ଏଫ କ୍ଲଜର, ଆଣ୍ଟୋନ ଜେଲିଙ୍ଗରଙ୍କୁ ନୋବେଲ । ଏହି ୩ ବୈଜ୍ଞାନିକଙ୍କୁ କ୍ୱାଣ୍ଟମ ମେକୋନିକ୍ସ କ୍ଷେତ୍ରରେ କାମ କରିବା ପାଇଁ ଏହି ପୁରସ୍କାର ଦିଆଯିବ ।
ସୋମବାରଠାରୁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ପ୍ରଥମେ ମେଡିସିନ ପାଇଁ ସ୍ୱେଣ୍ଟ ପାବୋଙ୍କୁ ଏହି ପୁରସ୍କାର ପାଇଁ ଘୋଷଣା ହୋଇଥିଲା । ଏହି ସପ୍ତାହରେ ବୁଧବାର ରସାୟନ ବିଜ୍ଞାନ ଓ ଗୁରୁବାର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ ।