ଆପ ସାଂସଦ ରାଘବଙ୍କୁ ବଡ ଦାୟିତ୍ଵ ଦେଲା ଦଳ

0

ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଆମ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସଞ୍ଜୟ ସିଂହଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ଏହାପୂର୍ବରୁ ସଞ୍ଜୟ ସିଂହ ରାଜ୍ୟସଭାରେ ଆମ୍‌ ଆଦମୀ ପାର୍ଟିର ନେତା ଥିଲେ। କିନ୍ତୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ଏବେ ଜେଲରେ ଅଛନ୍ତି। ତେଣୁ ତାଙ୍କ ସ୍ଥାନରେ ଆପ୍‌ ରାଘବ ଚଡ୍ଡାଙ୍କୁ ଦାୟିତ୍ୱ ଦେଇଛି। ଏନେଇ ରାଜ୍ୟସଭା ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

କହିରଖୁ ଯେ, ରାଜ୍ୟସଭାରେ ଏବେ ଆମ ଆଦମୀ ପାର୍ଟିର ମୋଟ ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ଚଡ୍ଡା ହେଉଛନ୍ତି ସବୁଠାରୁ ଯୁବ ରାଜ୍ୟସଭା ସଦସ୍ୟ। ବିଜେପି, କଂଗ୍ରେସ ଓ ଟିଏମ୍‌ସି ପରେ ଆପ୍‌ ହେଉଛି ରାଜ୍ୟସଭାର ଚତୁର୍ଥ ସର୍ବବୃହତ୍ତ ଦଳ।

Leave A Reply

Your email address will not be published.