ଉଡନ୍ତା ବିମାନର ଡୋର୍ ଖୋଲିଦେଲେ ଯାତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ମଝି ଆକାଶରେ ବିମାନରେ ଘଟିଲା ଅଭାବନୀୟ କାଣ୍ଡ । ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିବା ବିମାନ ଜରୁରୀ ଅବତରଣ କରିଛି । ବିମାନଟି ଉଡୁଥିବା ଅବସ୍ଥାରେ ଜଣେ ଯାତ୍ରୀ ଏହାର ଏମରଜେନ୍ସି ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ଫଳରେ ବିମାନ ଭିତରେ ହଇଚଇ ସୃଷ୍ଟି ହୋଇଥିଲା ।

ତତ୍‌କ୍ଷଣାତ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଦେଲେ ବିମାନ କର୍ମଚାରୀ। ପରିସ୍ଥିତିକୁ ଦେଖି ପାଇଲଟ୍ ବିମାନର ଜରୁରୀ ଅବତରଣ କରିଥିଲେ । ଡୋର୍ ଖୋଲିଥିବା ଯାତ୍ରୀ ଜଣଙ୍କ ନାଁରେ ବିମାନ ବନ୍ଦର ପୁଲିସରେ ମାମଲା ଦାଏର କରାଯିବା ପରେ ଯାଞ୍ଚ ଅରମ୍ଭ ହୋଇଥିଲା । ଯାତ୍ରୀ ଜଣକ ବେଙ୍କେଟ୍ ମୋହିତ୍ ଅଚାରୀ । ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଏଭଳି ଘଟଣା ଘଟିଥିବା ବିମାନବନ୍ଦର ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.