ବିମାନରେ ରକ୍ତ ବାନ୍ତି କଲେ ଯାତ୍ରୀ
ନୂଆଦିଲ୍ଲୀ :ମୁମ୍ବାଇ-ରାଞ୍ଚି ଇଣ୍ଡିଗୋ ବିମାନର ନାଗପୁରରେ ଜରୁରୀ ଅବତରଣ । ବିମାନ ଯାତ୍ରୀ ରକ୍ତବାନ୍ତି କରିବାରୁ ବିମାନକୁ ନାଗପୁରରେ ଜରୁରୀ ଅବତରଣ କରିଥିଲା । ତୁରନ୍ତ ଯାତ୍ରୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ମୁତାବକ, ୬୨ ବର୍ଷୀୟ ଦେବାନନ୍ଦ ତିଓ୍ଵାରୀ ମୁମ୍ବାଇ-ରାଞ୍ଚି6E 5093 ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କର ବିମାନ ଭିତରେ ରକ୍ତବାନ୍ତି ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ନାଗପୁରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ପାଇବା ପୂର୍ବରୁ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା ।