ଯାତ୍ରୀଙ୍କୁ ଛାଡି ପଳାଇଲା ବିମାନ

0

ବେଙ୍ଗାଲୁରୁ: ଜଣେ କି ଦୁଇ ଜଣ ନୁହଁ। ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ପଳାଇଲା ବିମାନ। ଏମିତି ଏକ ଅଦ୍ଭୁତ ଘଟଣା ଆଜି ବେଙ୍ଗାଲୁରୁ ବିମାନ ବନ୍ଦରରେ ଘଟିଛି। ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ପକ୍ଷରୁ ଏଭଳି ଅବହେଳା କରାଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ଯାତ୍ରା କରିନପାରିଥିବା ଯାତ୍ରୀମାନେ ଏ ସମ୍ପର୍କରେ ବେସାମରକି ବିମାନ ଚଳାଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟରରେ ଟ୍ୟାଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଯାତ୍ରୀଙ୍କ ପ୍ରତିକ୍ରିୟାରେ କମ୍ପାନୀ ପକ୍ଷରୁ ଜବାବ ରଖାଯାଇଛି। ଏହି ଗୁରୁତର ତ୍ରୁଟି ପାଇଁ ‘ଗୋ ଫାଷ୍ଟ’ ପକ୍ଷରୁ କ୍ଷମା ମଗାଯାଇଛି। ଏଥିସହ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଗନ୍ତବ୍ୟସ୍ତଳକୁ ଯିବାକୁ ଅଫର ଦିଅଯାଇଥିବା କୁହାଯାଇଛି। ସୂଚନା ଅନୁଯାୟୀ ଆଜି ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଗୋ ଫାଷ୍ଟ

ବିମାନ G8 116 ସକାଳ ପ୍ରାୟ ୬ଟା ୩୦ରୁ ଯାତ୍ରା କରିବାର ଥିଲା। ଏଥିପାଇଁ ସକାଳ ୫ଟା ୩୫ ରେ ବୋଡ଼ିଂ ପ୍ରକ୍ରିୟା ମଧ୍ୟ ସରିଥିଲା। ବିମାନ ନିକଟକୁ ଯିବା ପାଇଁ ୪ଟି ବସ୍‌ ବ୍ୟବସ୍ଥା ଥିଲା। ସବୁ ବସ୍‌ରେ ଯାତ୍ରୀମାନେ ଠିକ୍‌ ଭାବେ ଯାଇ ବିମାନରେ ବସିଥିଲେ। କିନ୍ତୁ ୩ ନମ୍ବର ବସ୍‌ଟି ବାଟରେ ଅଟକି ଯାଇଥିଲା। ଏହି ବସ୍‌ରେ ୫୦ ଜଣ ଯାତ୍ରୀ ଭର୍ତ୍ତି ହୋଇଥିଲେ। କୁହାଯାଉଛି ବସ୍‌ରେ ଅଧିକ ଭିଡ଼ ହେବାରୁ ଡ୍ରାଇଭର ବସ୍‌ଟିକୁ ଅଟକାଇ ଦେଇଥିଲେ। ଏହାରି ଭିତରେ ସମୟସୀମା ମଧ୍ୟରେ ବସଟି ବିମାନ ନିକଟରେ ନ ପହଞ୍ଚିବାରୁ ଫ୍ଲାଇଟ ପଳାଇଯାଇଥିଲା।

Leave A Reply

Your email address will not be published.