ନୂଆଦିଲ୍ଲୀ(ଆମ ଟିଭି): ଭାରତରେ ପହଞ୍ଚିଲା ଫ୍ରାନ୍ସରେ ଅଟକିଥିବା ବିମାନ । ଭାରତ ପହଞ୍ଚିଲା ଭାରତୀୟଙ୍କୁ ନେଇ ଯାଉଥିବା ବେଳେ ଫ୍ରାନ୍ସରେ ଅଟକ ଥିବା ବିମାନ । ଆଜି ଭୋର ୪ଟା ବେଳେ ୨୭୬ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛି ଏହି ବିମାନ । ୪ଦିନ ଧରି ଫ୍ରାନ୍ସରେ ଫସିଥିବା ଏହି ବିମାନ ଶେଷରେ ମୁମ୍ବାଇରେ ଅବତରଣ କରିଛି । ମାନବ ଚାଲାଣ ନେଇ ସନ୍ଦେହ ପରେ ଏହି ବିମାନକୁ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା । ତେବେ ବିମାନଟି ଭାରତ ଫେରିବା ପରେ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି ।
ସୂଚନା ଅନୁସାରେ ୩୦୩ଜଣ ଯାତ୍ରୀଙ୍କ ମଧ୍ୟରୁ ୨ନାବାଳକ ଓ ଅନ୍ୟ ୨୫ଜଣ ଯାତ୍ରୀ ଫ୍ରାନ୍ସରେ ଶରଣ ନେବାକୁ ଚାହିଁଥିଲେ । ତେବେ ସେଥିପାଇଁ ଏବେ ସେମାନେ ସେଠାରେ ଅଛନ୍ତି । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ବିମାନରେ ମାନବ ଚାଲାଣ ନେଇ ସନ୍ଦେହ ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରୁ ଦେଢ଼ ଶହ କିଲୋମିଟର ଦୂର ଭେଟ୍ରୋ ବିମାନ ବନ୍ଦରରେ ବିମାନକୁ ଅଟକାଇ ଦିଆଯାଇଥିଲା । ଏହାସହ ସମସ୍ତ ଯାତ୍ରୀଙ୍କୁ ପଚରାଉଚରା କରାଯାଇଥିଲା ।