ମାଲକାନଗିରିରୁ ଉଡ଼ିଲା ବିମାନ

0

ମାଲକାନଗିରି(ଆମ ଟିଭି): ଉପାନ୍ତରୁ ଉଡ଼ିଲା ବିମାନ । ସତ ହେଲା ମାଲକାନଗିରି ବାସୀଙ୍କ ସ୍ୱପ୍ନ । ମାଲକାନଗିରି ମାଟିରେ ଓହ୍ଲାଇଲା ବିମାନ । ଆଉ ଉପାନ୍ତ ନୁହେଁ ମାଲକାନଗିରି । ଆଜି ବିଧିବଦ୍ଧ ଭାବେ ମାଲକାନଗିରି ବିମାନ ବନ୍ଦରରୁ ଉଡାଣର ପରୀକ୍ଷାମୂଳକ ଭାବେ ଉଡାଣ ଆରମ୍ଭ ହୋଇଛି । ଆଉ ଅଳ୍ପ ଦିନର ଅପେକ୍ଷା । ନିୟମିତ ମାଲକାନଗିରିରୁ ଉଡିବ ବିମାନ । ଗମନାଗମନରେ ଯୋଡି ହେବ ଆଉ ଏକ ଅଧ୍ୟାୟ । ଆଜି ଏହି ଧଳା ରଙ୍ଗର ବିମାନଟି ଉଡାଣ ଭରି ଅବତରଣ କରିଛି ।

ବେଶ କିଛି ସମୟ ଆକାଶରେ ଚକ୍କର କାଟିବା ପରେ ଏହା ଅବତରଣ କରିଥିଲା । ଯାହାକୁ ବିମାନର ଦୁଇ ପାଶ୍ୱର୍ରୁ ପାଣି ମାଡ କରାଯାଇ ସ୍ୱାଗତ କରାଯାଇଛି । ଉପାନ୍ତ ଅଂଚଳକୁ ମୁଖ୍ୟସ୍ରୋତ ସହ ଯୋଡିବାରେ ଏହି ବିିମାନ ବନ୍ଦର ବେଶ ସହାୟକ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହି ବିମାନ ବନ୍ଦର ତିଆରି ହେଉଛି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏହାର ପରିଚାଳନା କରିବ । କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ଏହି ବିମାନ ବନ୍ଦର ସାମିଲ ହୋଇଛି ।

Leave A Reply

Your email address will not be published.