ମାଲକାନଗିରି (ଆମ ଟିଭି): ମାଲକାନଗିରିରୁ ଉଡ଼ିବ ବିମାନ ।ଏନେଇ ଜୋରସୋରରେ ଚାଲିଛି କାମ । ଫାଇଭ ଟି ଇନିସିଏଟିଭ ଅଧିନରେ କାମ ଚାଲିଛି । ଏନେଇ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ୨୦୨୪ ସୁଦ୍ଧା ବିମାନ ବନ୍ଦର କାର୍ୟ୍ୟକ୍ଷମ ହେବ । ଏଥିପାଇଁ ଖର୍ଚ୍ଚ ହେଉଛି ୫୫କୋଟି ଟଙ୍କା । ବିମାନବନ୍ଦର କାମ ମିଶନ ମୋଡରେ ସାରିବାକୁ ଚାଲିଛି କାମ ।
ବିମାନବନ୍ଦର ପାଇଁ ପ୍ରାୟ ୨୩୪ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ରାଜସ୍ବ ବିଭାଗ ହସ୍ତାନ୍ତର କରିଛି । ଜଙ୍ଗଲ ଜମିର କିସମ ପରିର୍ବତ୍ତନ ସହ ପୂର୍ତ୍ତ ବିଭାଗ ପକ୍ଷରୁ ପାଚେରି କାମ ସରିବା ଅବସ୍ଥାରେ । ଏଥିରେ ୧୬୨୦ ଲମ୍ବ ଓ ୩୦ ମିଟର ଚଉଡ଼ାର ରନଓ୍ବେ ରହିବ । ମାଲକାନଗିରିରୁ ଭୁବନେଶ୍ବରକୁ ବିମାନ ଉଡ଼ିବା ସହ ଅନ୍ୟ ରାଜ୍ୟର ରାଜଧାନୀକୁ ବି ସଂଯୋଗ ହେବ । ଗତ ଏପ୍ରିଲ ମାସରେ ମାଲକାନଗିରି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ବିମାନବନ୍ଦର କାମ ଅନୁଧ୍ୟାନ ସହ ତ୍ବରାନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ନିୟମିତ ସମୀକ୍ଷା କରୁଛନ୍ତି ।