ଖୁବଶୀଘ୍ର କଳାହାଣ୍ଡି ଜିଲ୍ଲାକୁ ଉଡ଼ିବ ବିମାନ

0

ଭୁବନେଶ୍ୱର (ଆମ ଟିଭି): କଳାହାଣ୍ଡିବାସୀଙ୍କ ପାଇଁ ଖୁସି ଖବର । ଖୁବ୍‌ଶୀଘ୍ର କଳାହାଣ୍ଡି ଜିଲାକୁ ବିମାନ ଉଡ଼ିବ। ଭବାନୀପାଟଣାସ୍ଥିତ ଉତ୍କେଲା ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଅନୁମତି ଦେବା ସହ ବିମାନ ଚଳାଚଳ ନେଇ ସୋମବାର ଲାଇସେନ୍ସ ପ୍ରଦାନ କରାଯାଇଛି। ଡିଜିସିଏର ଏହି ଅନୁମତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଖୁସିବ୍ୟକ୍ତ କରିଛନ୍ତି। ଭବାନୀପାଟଣାରୁ ଭୁବନେଶ୍ବରକୁ ଖୁବ୍‌ଶୀଘ୍ର ଉଡ଼ିବ ବିମାନ। ଏହା ଫଳରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ୟ୍ୟଟନ କ୍ଷେତ୍ର ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତମାସରେ ଡିଜିସିଏ ଟିମ୍‌ କଳାହାଣ୍ଡି ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ ବ୍ୟବସ୍ଥା ହୋଇଥିବାବେଳେ ଏବେ ଏହି ପର୍ୟ୍ୟାୟରେ ଭବନୀପାଟଣା ଯୋଡ଼ିହୋଇଛି।

Leave A Reply

Your email address will not be published.