ବିଷ ପିଇଲେ ପୋଲିସ ଅଧିକାରୀ

0

ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି ମହିଳା ପୁଲିସ ଏସଆଇ । ସଇଁତଳା ଥାନାରେ କାର୍ଯ୍ୟରତ ଏସ. ଆଇ କାଜଲ ବାଗ ଗତ ରାତିରେ ବିଷ ପିଇ ଦେଇଥିବା ଜଣାପଡିଛି । ତେବେ କାଜଲ ବାଗ ପ୍ରେମରେ ପ୍ରତାରିତା ହେବା ପରେ ଏପରି ଚରମ ପଦକ୍ଷେପ ଉଠାଇଥିବା ଆଲୋଚନା ହେଉଥିବା ବେଳେ ଏନେଇ ପାଟି ଫିଟାଉନି ପୁଲିସ୍‌ ।

ଗତକାଲି ରାତିରେ ସଇଁତଳା ଗୋପବନ୍ଧୁନଗର ଭଡା ଘରେ କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ତାପରେ ମଶାମରା ତେଲ ପିଇ ଦେଇଥିଲେ। ଅନ୍ୟଜଣେ କିଛି ପୁଲିସ କର୍ମଚାରୀ ପହଞ୍ଚି କାଜଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.