ଆସିଲା ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

0

ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱର ଇଞ୍ଜିନିୟକ ଶ୍ୱେତା ମର୍ଡର ମିଷ୍ଟ୍ରିକୁ ନେଇ ଲାଗି ରହିଛ ସସପେନ୍ସ । କେମିତି ହେଲା ମୃତ୍ୟୁ? କାହିଁକି କଲେ ଆତ୍ମହତ୍ୟ? ଆତ୍ମହତ୍ୟା ପଛରେ କାରଣ କ’ଣ? ଶ୍ୱେତାଙ୍କ ବୟଫ୍ରେଣ୍ଡର ଅଛି କି କିଛି ଲିଙ୍କ୍? ତାକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ଲାଗି ରହିଛି । ଏହାରି ଭିତରେ ଆସିଛି ସଫ୍ଟୱେୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଶ୍ୱେତାଙ୍କ ବେକ ବ୍ୟତିତ ଶରୀରରେ ଅନ୍ୟ କେଉଁଠି କ୍ଷତଚିହ୍ନ ନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଶନିବାର ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା। ଶ୍ୱେତାଙ୍କ ସହିତ ଯୋଗାଯୋଗ କରିବାରେ ବିଫଳ ହେବା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍କୁ ଖବର ଦେଇଥିଲେ। ଏହା ପରେ ପୁଲିସ ଶ୍ୱେତା ରହୁଥିବା ଆପାର୍ଟମେଣ୍ଟକୁ ଯାଇ କବାଟ ବାଡ଼େଇ ଭାଙ୍ଗିଥିଲା। ଏହାପରେ ଶ୍ୱେତା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା। ଏହାପରେ ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଏହି ଘଟଣା ଘଟିବା ପରେ ପ୍ରଥମେ ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଡାକି ପଚରାଉଚରା କରାଯାଇଥିଲା। ସେତେବେଳେ ତାଙ୍କ ମାନସିକ ସ୍ଥିତି ଠିକ୍ ନ ଥିଲା।

 

Leave A Reply

Your email address will not be published.