ବିଶ୍ବ ଶାନ୍ତି ପାଇଁ ମୋଦିଙ୍କ ହସ୍ତକ୍ଷେପ ଲୋଡିଲେ ମେକ୍ସିକୋ ରାଷ୍ଟ୍ରପତି
ନୂଆଦିଲ୍ଲୀ: ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ଚାହୁଁଛନ୍ତି ଯେ ବିଶ୍ୱ ଶାନ୍ତି ପାଇଁ ଏକ କମିଶନ ଗଠନ କରାଯାଉ । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସାମିଲ ହୁଅନ୍ତୁ । ଏଥିପାଇଁ ସେମାନେ ମିଳିତ ଜାତିସଂଘ ନିକଟରେ ଏକ ଲିଖିତ ପ୍ରସ୍ତାବ ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି । ପ୍ରସ୍ତାବ ଅନୁଯାୟୀ ଏହି ଆୟୋଗ ପାଞ୍ଚ ବର୍ଷ ପାଇଁ ରହିବ । ସେ ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ତିନିଜଣ ବିଶ୍ୱ ନେତାଙ୍କ ନାମ ରହିବ । ଏକ ଆନ୍ତର୍ଜାତିକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଓବ୍ରାଡୋର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ମୁଁ ଏନେଇ ମିଳିତ ଜାତିସଂଘକୁ ଏକ ଲିଖିତ ପ୍ରସ୍ତାବ ଉପସ୍ଥାପନ କରିବି । ମେକ୍ସିକୋ ରାଷ୍ଟ୍ରପତି ପ୍ରସ୍ତାବ ଦେଇଛନ୍ତି ଯେ ସର୍ବୋଚ୍ଚ ଆୟୋଗରେ ପୋପ୍ ଫ୍ରାନ୍ସିସ୍, ଜାତିସଂଘ ମହାସଚିବ, ଆଣ୍ଟୋନିଓ ଗୁଟେରସ୍ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଭୁକ୍ତ ହେବା ଉଚିତ୍ । ସମଗ୍ର ବିଶ୍ୱରେ ଯୁଦ୍ଧକୁ ରୋକିବା ପାଇଁ ଆୟୋଗର ଉଦ୍ଦେଶ୍ୟ ହେବ ।
ତାଙ୍କ କହିବାନୁସାରେ, ଏହି କମିଶନ ଅତି କମରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ଏକ ଚୁକ୍ତିନାମା କରିବେ । ସେ କହିଛନ୍ତି ଯେ କୌଣସି ଯୁଦ୍ଧ ହେଲେ “ଏହି ତିନିଜଣ ସାକ୍ଷାତ କରିବେ ଏବଂ ଶୀଘ୍ର ଯୁଦ୍ଧ ବନ୍ଦ କରିବା ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିବେ । ଅତି କମରେ ପାଞ୍ଚ ବର୍ଷ ପାଇଁ ଚୁକ୍ତିନାମା କରିବାକୁ ପ୍ରସ୍ତାବ ରହିବ । ବିଶେଷ କରି ଯେଉଁମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ନିଜକୁ ଉତ୍ସର୍ଗ କରିବେ। ସେ କହିଛନ୍ତି ଯେ ଯଦି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ଚୁକ୍ତିନାମା ହେବ, ତେବେ ସରକାର ସେମାନଙ୍କ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରିପାରିବେ ଏବଂ କହିପାରିବେ ଯେ ଆମର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବିନା ହିଂସାରେ ସମୟ କଟିବ ।