ଭୁବନେଶ୍ୱର (ଆମ ଟିଭି): ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତିଙ୍କ। ଆମେ ଅନ୍ଧାରରେ ବସିଛୁ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲାଇନ ନଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ଅନ୍ଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବା ବନ୍ଦ କରିନଥିଲେ । ଏଥିଲାଗି ତାଙ୍କ ମନରେ ବିରକ୍ତିଭାବ ପରିଲକ୍ଷିତ ହୋଇନଥିଲା । ବରଂ ସେ କହିଥିଲେ, ଆଲୋକ ଓ ଅନ୍ଧକାରକୁ ସମାନ ଭାବରେ ଗ୍ରହଣ କରିବା ଉଚିତ । ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବି ଥକି’ ।
ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ ବେଳେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ମଞ୍ଚରେ ଉପସ୍ଥିତ ଥିଲେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି । ମିଳିଥିବା ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ପର୍ୟ୍ୟନ୍ତ ପାୱାର ଟ୍ରିପ୍ ଥିଲା ।