ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅଙ୍ଗୋଲା ଏବଂ ବୋତ୍ସ୍ୱାନା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦୁଇ ଆଫ୍ରିକୀୟ ଦେଶକୁ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ ହେବ।
ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ, ସେମାନଙ୍କ ସଂସଦକୁ ସମ୍ବୋଧିତ କରିବେ ଏବଂ ଭାରତୀୟ ସମ୍ପ୍ରଦାୟ ସହିତ ଭାବ ବିନିମୟ କରିବେ। ନଭେମ୍ବର ୧୧ ତାରିଖରେ ରାଷ୍ଟ୍ରପତି ଅଙ୍ଗୋଲାର ୫୦ ତମ ସ୍ୱାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବେ।