ଯୁଦ୍ଧ ବିମାନରେ ଉଢ଼ିବେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ: ଶନିବାର ଦିନ ଆସାମର ତେଜପୁର ଏୟାର୍‌ଫୋର୍ସ ଷ୍ଟେସନ୍‌ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବଳ୍ପ ସମୟ ପାଇଁ ‘ସୁଖୋଇ-୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇବେ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି।

ମୁଖପାତ୍ରଜଣକ କହିଛନ୍ତି, ଏପ୍ରିଲ୍‌ ୬ରୁ ୮ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ଆସାମ ଗସ୍ତରେ ଯିବେ। ଏପ୍ରିଲ୍‌ ୭ ତାରିଖ ଦିନ ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ‘ଗଜ ଉତ୍ସବ-୨୦୨୩’ ଉଦ୍‌ଘାଟନ କରିବେ। ପରେ ସେଦିନ ସେ ଗ‌ୌହାଟିରେ ‘ମାଉଣ୍ଟ୍‌ କାଞ୍ଚନଜଙ୍ଗା ଏକ୍ସପେଡିସନ୍‌-୨୦୨୩’ର ଶୁଭାରମ୍ଭ କରିବେ। ସେହିଦିନ ମଧ୍ୟ ଗୌହାଟିରେ ସେ ଗୌହାଟି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେବେ।

ଏବଂ ୨୦୨୩, ଏପ୍ରିଲ୍‌ ୮ ତାରିଖ ଦିନ ରାଷ୍ଟ୍ରପତି ତେଜପୁର ଏୟାର୍‌ଫୋର୍ସ ଷ୍ଟେସନ୍‌ରୁ ସ୍ବଳ୍ପ ସମୟ ପାଇଁ ‘ସୁଖୋଇ ୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇବେ ବୋଲି ମୁଖପାତ୍ରଜଣକ କହିଛନ୍ତି।

Leave A Reply

Your email address will not be published.