ବଜେଟରେ ମଧ୍ୟବିତ୍ତଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଥିବା ପ୍ରତିକ୍ରିୟାରେ କହିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ(ଆମ ଟିଭି): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ବଜେଟ ଦେଶର ସମୃଦ୍ଧିକୁ ଆଗକୁ ନେଇ ଯିବ । ଏହା ସମାଜର ସମସ୍ତ ବର୍ଗକୁ ଧ୍ୟାନ ଦେବ । ଏହା ମଧ୍ୟବିତ୍ତ ପରିବାରକୁ ଶକ୍ତି ଦେବ ।

ଚାଷୀ ଓ ଯୁବପୀଢିଙ୍କ ପ୍ରଗତିକୁ ଏହା ନୂଆ ରାସ୍ତା ଦେଖାଇବ । ଗତ ୧୦ ବର୍ଷରେ ୨୫ କୋଟି ଲୋକ ଗରିବିରୁ ବାହାରିଛନ୍ତି । ଏହା ତାଙ୍କ ଆର୍ଥିକ ପ୍ରଗତିର ନିରନ୍ତରତାର ବଜେଟ । ଏହା ଯୁବପୀଢିଙ୍କୁ ଅଗଣିତ ମୌକା ପ୍ରଦାନ କରିବ । ଏହି ବଜେଟ ମଧ୍ୟବିତ୍ତଙ୍କୁ ଶକ୍ତି ଦେବ ।

Leave A Reply

Your email address will not be published.