ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । କ୍ଷୟକ୍ଷତିର ଆକଳନ କରିବା ସହ ଘୋଷଣା କରିପାରନ୍ତି ସ୍ବତନ୍ତ୍ର ପ୍ୟାକେଜ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି କେରଳ ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶମାର୍ଗରୁ ନୀରିକ୍ଷଣ କରିବା ସହ ଭୁସ୍ଖଳନ ଦ୍ବାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ସମୀକ୍ଷା ପରେ କେରଳ ଭୁସ୍ଖଳନ ପୀଡିତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ସେପଟେ ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦାବି କରିଛନ୍ତି।

୩୦ ଜୁଲାଇ ୨୦୨୪ରେ ପ୍ରବଳ ବର୍ଷା ହେତୁ କେରଳର ୱାୟାନାଡ ଜିଲ୍ଲାରେ ଭୂସ୍ଖଳନ ଘଟିଥିଲା। ଏଯାଏଁ ଏହି ଅଘଟରେ ୪୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ ଜଣ ନିଖୋଜ ଅଛନ୍ତି ଜୁଲାଇ ୩୦ ପରେ ଆରମ୍ଭ ହୋଇଥିବା ଦଶ ଦିନିଆ ଉଦ୍ଧାର କାର୍ଯ୍ୟ ପରେ ଭାରତୀୟ ସେନା ଶୀଘ୍ର ୱାୟନାଡରୁ ଫେରିବାକୁ ଯାଉଛି। ସେନା ଉଦ୍ଧାର କାର୍ୟ୍ୟକୁ ଏନଡିଆରଏଫ, ଏସଡ଼ିଆରଏଫ, ଅଗ୍ନିଶମ ବାହିନୀ ଏବଂ କେରଳ ପୁଲିସକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି।

Leave A Reply

Your email address will not be published.