ପଞ୍ଚ ଭୂତରେ ଲୀନ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ
ଗାନ୍ଧିନଗର: ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ। ବିନା ଆଡମ୍ବରରେ ତାଙ୍କର ଶେଷକୃତ୍ୟ ଶେଷ କରିଛନ୍ତି ପରିବାର ଲୋକ। ଗାନ୍ଧି ନଗର ଶ୍ମଶାନରେ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ନିଜେ ପ୍ରଧାନମନ୍ତ୍ରୀ ମୋଦି ଶେଷକୃତ୍ୟରେ ସାମିଲ ହେବା ସହ ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଇଛନ୍ତି। ୧୦୦ ବର୍ଷୀୟ ହୀରା ବେନଙ୍କ ଅନ୍ତିମ ସଂସ୍କାର ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ। ଆଜି ଭୋର ୩.୩୦ରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପାଇ ମୋଦି ତୁରନ୍ତ ବିମାନ ଯୋଗେ ଗୁଜରାଟ ଆସିଥିଲେ। ଘରେ ମା’ଙ୍କ ଅନ୍ତିମ ଦର୍ଶନ କରିବା ପରେ ସେ କୋକେଇକୁ ନିଜ କାନ୍ଧରେ ଅନ୍ତିମ ସଂସ୍କାର ପାଇଁ ବାହାରକୁ ଆଣିଥିଲେ।