ସେପ୍ଟେମ୍ବର ୨୭ରୁ ଲାଇଭ ଷ୍ଟ୍ରିମିଂ ହେବ ସୁପ୍ରିମକୋର୍ଟଙ୍କ ବିଚାର ପ୍ରକ୍ରିୟା
ନୂଆଦିଲ୍ଲୀ (ଆମ ଟିଭି): ଇତିହାସ ରଚିବ ସୁପ୍ରିମକୋର୍ଟ । ସୁପ୍ରିକୋର୍ଟ ଇତିହାସରେ ଯୋଡ଼ି ହେବାକୁ ଯାୁଛି ନୂଆ ଘଟଣା । ଏହି ପଦକ୍ଷେପ ଜରିଆରେ ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୨୭ରୁ ସମ୍ବିଧାନ ବେଞ୍ଚ ମାମଲାର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ।
ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଲିତଙ୍କ ଦ୍ୱାରା ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଏହି ଶୁଣାଣି ୟୁଟ୍ୟୁବ୍ ମାଧ୍ୟମରେ ସିଧା ପ୍ରସାରଣ ହେବ । ଖୁବ୍ ଶୀଘ୍ର ସୁପ୍ରିମକୋର୍ଟ ପ୍ରକ୍ରିୟାର ଲାଇଭ୍ ଟେଲିକାଷ୍ଟ ପାଇଁ ନିଜସ୍ୱ ପ୍ଲାଟଫର୍ମ କରାଯିବ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ସମ୍ବିଧାନ ବେଞ୍ଚ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପ୍ରକ୍ରିୟା ଚାଲିଛି । ଏହାଦ୍ୱାରା ସମସ୍ତେ ସୁପ୍ରିମକୋର୍ଯର ସମସ୍ତ ପ୍ରକ୍ରିୟା ୟୁଟ୍ୟୁବ୍ ମାଧ୍ୟମରେ ଦେଖିପାରିବେ ।