ପୁରୀ(ଆମ ଟିଭି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଉତ୍ସାହ । ଏହାରି ଭିତରେ ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପରିକ୍ରମା ପ୍ରକଳ୍ପ କାର୍ୟ୍ୟ । ଆସନ୍ତା ୧୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ପ୍ରକଳ୍ପ ଦାୟିତ୍ୱ । ଏନେଇ ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ୟ୍ୟ ଗୁଡ଼ିକ ଶେଷ ପର୍ୟ୍ୟାୟରେ ପହଞ୍ଚିିଥିବା ବେଳେ ନିର୍ମାଣ ଅଞ୍ଚଳର ପରିଚ୍ଛନ୍ନତା କାର୍ୟ୍ୟ ଜାରି ରହିଛି । ସେପଟେ ଶ୍ରୀସେତୁର ସଫେଇ କାର୍ୟ୍ୟ ସହ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳର ମଧ୍ୟ ସଫେଇ କାର୍ୟ୍ୟ ଜାରି ରହିଛି ।
ଅନ୍ୟପଟେ ବୃହତ୍ ସମଙ୍ଗ ପାର୍କିଂରେ ମଧ୍ୟ ଭକ୍ତ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ପିଇବା ପାଣି ଠାରୁ ଆରମ୍ଭ କରି ହ୍ୟାଙ୍ଗର, ଖାଇବା ଓ ଶୌଚାଳୟ ସୁବିଧା ଭକ୍ତଙ୍କୁ ଯୋଗାଇ ଦିଆଯିବ । ସେପଟେ ବଡଦାଣ୍ଡର ମୋଡିଫିକେଶନ କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । କଲରିଂ ସରିଥିବା ବେଳେ ଦୁଇଦିନ ପରେ ଲାଇଟ୍ ସାଜସଜ୍ଜା ମଧ୍ୟ ଆରମ୍ଭ ହୋଇଯିବ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସେପଟେ ଦିନେ କି ଦୁଇଦିନ ମଧ୍ୟରେ କାର୍ୟ୍ୟକ୍ରମର ସମ୍ପୂର୍ଣ୍ଣ କାର୍ୟ୍ୟସୂଚୀ ପ୍ରସ୍ତୁତ ହୋଇଯିବ ।