ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ?

0

ଭୁବନେଶ୍ୱର(ଆମ ଟିଭି): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବାରମ୍ବାର ହେଉଛି ପ୍ରଶ୍ନପତ୍ର ଲିକ୍ । ତେବେ ଏହାରି ଭିତରେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ସରକାରଙ୍କୁ ଘେରିଲେ ବିରୋଧୀ । ପ୍ରଶ୍ନକାଳରେ ବିଜେପି ପକ୍ଷରୁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଗୃହରେ ଭାଇରାଲ ପ୍ରଶ୍ନପତ୍ର ଦେଖାଇ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ସରକାର ବୋଲି ଗୃହରେ ନାରାବାଜି କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଏନେଇ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବି କରି ଗୃହରେ ହଟଗୋଳ କରିଥିଲେ ବିରୋଧୀ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।

ସେପଟେ ଘଟଣାରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଛନ୍ତି ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇନି । କେବଳ ମୁଦ୍ରଣ ଜନିତ ତ୍ରୁଟି ଥିଲା । ପୁରୀ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ସାମାନ୍ୟତମ ସତ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଏନେଇ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନଥିବାରୁ ଏଭଳି ପ୍ରସଙ୍ଗ ଉଠାଇ ନାରାବାଜି କରୁଥିବା କହିଛନ୍ତି ମନ୍ତ୍ରୀ ।

 

Leave A Reply

Your email address will not be published.