ନୂଆଦିଲ୍ଲୀ(ଆମ ଟିଭି): ସମ୍ପୂର୍ଣ୍ଣ ହେଲା ଅଯୋଧ୍ୟା ରାମମନ୍ଦିର ନିର୍ମାଣ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା। ଆଜି ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଧ୍ବର୍ମଧ୍ବଜା ସ୍ଥାପନ କରିଛନ୍ତି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା । ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍’ । ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ବଜାରୋହଣ ହୋଇଛି । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା କରାଯାଇଛି । ଏହି ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ । ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି । ଧର୍ମଧ୍ବଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି । ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ଧର୍ମଧ୍ବଜା।
ଆଜି ରାମଲାଲଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ପ୍ରଧାନମନ୍ତ୍ରୀ ଓ ମୋହନ ଭାଗବତଙ୍କ ହାତରେ ହୋଇଛି ଏହି ଧ୍ୱଜାରୋହଣ । ପ୍ରଧାନମନ୍ତ୍ରୀ ମୋଦି ରାମଲଲାଙ୍କ ଦର୍ଶନ କରିବା ସହିତ ରାମ ଦରବାରରେ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ପୁରା ଅଯୋଧ୍ୟା ନଗରୀ ରାମମୟ ହୋଇଥିଲା। ଏହି ସମୟରେ ସମଗ୍ର ସମ୍ମିଶ୍ରଣ ଜୟ ଶ୍ରୀ ରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ସରସଂଘଚାଳକଙ୍କ ସହିତ ସମସ୍ତ ମନ୍ଦିରରେ ଦର୍ଶନ ଏବଂ ପୂଜା କରିଥିଲେ।ଅଯୋଧ୍ୟାରେ ରାମ ମନ୍ଦିରର ପତାକା ଉତ୍ତୋଳନ ସମାରୋହ ସମୟରେ, ରାମପଥ, ଭକ୍ତିପଥ, ଧର୍ମପଥ ଏବଂ ଜନ୍ମଭୂମି ପଥ ସମେତ ରାସ୍ତା ଏବଂ ଗଳିରେ ରାମ ଧ୍ୱନି ଗୁଞ୍ଜରିତ ହେଉଛି।
ଏହି ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନା ପରେ ମୋଦିଙ୍କ ଅଭିଭାଷଣ । ସେ କହିଛନ୍ତି ଧର୍ମଧ୍ବଜା ଭାରତୀୟ ସଭ୍ୟତାର ପୁନଃ ଜାଗରଣର ପ୍ରତୀକ । ଧର୍ମଧ୍ବଜା ପ୍ରତିଶ୍ରୁତି ପାଳନର ପ୍ରତୀକ । ବିଗତ ୧୧ ବର୍ଷରେ ସବୁ ବର୍ଗକୁ ବିକାଶରେ ଯୋଡ଼ା ଯାଇଛି । ଆମେ ନ ଥିଲା ବେଳେ ଏହି ଦେଶ ଥିଲା । ତେଣୁ ଆମକୁ ଭବିଷ୍ୟତ ପିଢ଼ି ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ଭାରତ ହେଉଛି ଲୋକତନ୍ତ୍ରର ଜନନୀ, ଏହା ଆମ DNAରେ ରହିଛି ।