ପୁରୀ: ପୁରୀ ନାଟ ମଣ୍ଡପକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ଏପ୍ରିଲ ୩୦ ଭିତରେ ସରିବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି । ଏନେଇ ହାଇକୋର୍ଟକୁ ଜଣାଇଛି ଏଏସଆଇ । ହାଇକୋର୍ଟ ଏନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ହେବ । ଆମିକସ୍ କ୍ୟୁରି ନାଟମଣ୍ଡପ ମରାମତି କାମ ଜାରି ରହିଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି ।
ଏଏସଆଇର ମରାମତି କାମ ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟ ଆମିକସ୍ କ୍ୟୁରିଙ୍କୁ ନିଯୁକ୍ତ କରିଥିଲେ ।