ରଥଯାତ୍ରା ପରଦିନଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ
ଏପ୍ରିଲ୍ ୨୯ରୁ ଜୁନ୍ ୨୭ ତାରିଖ ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଜୁନ୍ ୨୮ରୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ମରାମତିକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ କହିଛନ୍ତି, ତରବରିଆ ଭାବେ କାମ ହେବ ନାହିଁ। ଏପ୍ରିଲ୍ ୨୯ରୁ ଜୁନ୍ ୨୭ ତାରିଖ ଯାଏ ଅକ୍ଷୟ ତୃତୀୟା,ବାହାର ଚନ୍ଦନ, ଭିତର ଚନ୍ଦନ, ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଆଦି ମହାପ୍ରଭୁଙ୍କର ବିଭିନ୍ନ ବିଶେଷ ନୀତି ଥିବା ହେତୁ ଏହି ସମୟରେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।