ତୁର୍କୀରୁ ଭାରତ ଫେରିଲେ ଉଦ୍ଧାରକାରି ଦଳ

0

ନୂଆଦିଲ୍ଲୀ: ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀରେ ଦୀର୍ଘ ୧୦ ଦିନ କାଳ ଉଦ୍ଧାର ଅଭିଯାନ ଚଳାଇବା ପରେ ଆଜି ୪୭ ସଦସ୍ୟବିଶିଷ୍ଟ ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ଓ ‘ଡଗ୍‌ ସ୍କ୍ବାଡ୍‌’ର ସଦସ୍ୟ ସନ୍ଧାନୀ କୁକୁର ରାମ୍ବୋ ଓ ହନି ଭାରତକୁ ଫେରିଆସିଛନ୍ତି। ତୁର୍କୀରେ ଉଦ୍ଧାର ଅଭିଯାନରେ ସାମିଲ୍‌ ହୋଇଥିଲେ ଜୁଲି, ରୋମିଓ, ହନି ଏବଂ ରାମ୍ବୋ ନାମକ ୪ଟି ସନ୍ଧାନୀ କୁକୁର ଥିବା ସ୍କ୍ବାଡ୍‌। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରଶିକ୍ଷଣ ପ୍ରାପ୍ତ ଏହି ଲାବ୍ରାଡର୍‌ ପ୍ରଜାତିର କୁକୁରମାନେ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ର ଦୁଇଟି ପୃଥକ୍‌ ଟିମ୍‌ରେ ସାମିଲ ହୋଇଥିଲେ।

‘ନାମହୀନ ବୀର’ ଭାବେ ଅଭିହିତ ଭାରତୀୟ ସନ୍ଧାନୀ କୁକୁରମାନେ ଦିନରାତି କାମ କରି ଭଗ୍ନସ୍ତୂପ ମଧ୍ୟରେ ଚାପି ହୋଇ ରହିଯାଇଥିବା ଲୋକମାନଙ୍କର ସନ୍ଧାନ ନେଇଥିଲେ। ଜଣେ ୬ ବର୍ଷୀୟ ବାଳିକାକୁ ଉଦ୍ଧାର କରିବା ଲାଗି ମେସିନ୍‌ ବିଫଳ ହୋଇଥିବା ବେଳେ ସେ ବାଳିକାକୁ ଉଦ୍ଧାର କରି ସନ୍ଧାନୀ କୁକୁର ରୋମିଓ ଓ ଜୁଲି ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ।

ପ୍ରାୟ ୨ ସପ୍ତାହ ପୂର୍ବେ ତୁର୍କୀରେ ସଂଘଠିତ ଏହି ଭୂମିକମ୍ପ ଯୋଗୁଁ ୪୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଅସଂଖ୍ୟ ଲୋକ ବାସହରା ହୋଇଯାଇଛନ୍ତି।

Leave A Reply

Your email address will not be published.