ନବୀନଙ୍କ ମନ୍ତ୍ରୀମଣ୍ଡଳର ନବକଳେବର, ଆସନ୍ତାକାଲି ନେବେ ଶପଥ

0

ଭୁବନେଶ୍ୱର(ଆମ ଟିଭି): ନବୀନଙ୍କ ମନ୍ତ୍ରୀମଣ୍ଡଳରେ ହେବ ନବକଳେବର। ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯିବା ପରେ ସବୁ ମନ୍ତ୍ରୀ ନ୍ଖକ୍ସ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ନୂଆ ମନ୍ତ୍ରୀ ଆସନ୍ତାକାଲି ସକାଳ ୧୧ଟା ୪୫ ମିନିଟ୍ ସମୟରେଲୋକସେବା ଭବନର କନଭେନସନ ହଲରେ ଶପଥ ନେବେ । ତେବେ ନୂଆମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବ ଓ କିଏ କେଉଁ ବିଭାଗ ପାଇବ ତାହା ଏଯାଏଁ ସସପେନ୍ସରେ ରହିଛି ।

ଅନ୍ୟପଟେ ମନ୍ତ୍ରୀ ହେବାକୁ ଆଶାୟୀ ଥିବା ନେତାଙ୍କ ଶିବିର ତତ୍ପର ହୋଇ ଉଠିଛନ୍ତି । ଖାସକରି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳ ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିରେ ଜିଲ୍ଲାୱାରୀ ଫୋକସ କରାଯିବ । ଅଥାର୍ତ ସରକାରରେ ଯେପରି ସବୁ ଜିଲ୍ଲାର ପ୍ରତିନିଧିତ୍ୱ ରହିବ ତାହା ଉପରେ ଗୁରୁତ୍ୱ ଦିଆଯିବ । ଏହାଛଡା ଅନେକ ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାକୁ ଥିବା ବେଳେ କିଛି ପୁରୁଖାଙ୍କୁ ବାଦ୍ ଦିଆଯାଇପାରେ । ସାଙ୍ଗଠନିକ ସ୍ତରରେ ଦଳ ପାଇଁ କାମ କରୁଥିବା ନେତାଙ୍କୁ ଦଳ ପୁରସ୍କାର ସ୍ୱରୂପ ମନ୍ତ୍ରୀପଦ ଦେଇପାରେ ।

Leave A Reply

Your email address will not be published.