ଆଜି ଆସିବ ୪ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ

0

ନୂଆଦିଲ୍ଲୀ (ଆମ ଟିଭି): ସରିଲା ଭୋଟ ଗଣତି , ଆଜି ଆସିବ ଫଳ ।  ଆଜି ସକାଳ ୮ଟାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଆରମ୍ଭ ହୋଇଛି। ମିଜୋରାମରେ ଭୋଟ୍ ଗଣନା ଆସନ୍ତାକାଲି ହେବ।

ମଧ୍ୟପ୍ରଦେଶର ୫୨ଟି ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ୨୩୦ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦ ହଜାରରୁ ଅଧିକ ଅଧିକାରୀ ଏବଂ କର୍ମଚାରୀ ଭୋଟ୍ ଗଣିବା ଦାୟିତ୍ୱ ତୁଲାଉଛନ୍ତି। ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁପମ ରାଜନ କହିଛନ୍ତି ଯେ ସରକାରୀ ଭାବେ ଫଳାଫଳ ୫ରୁ ୧୦ ଘଣ୍ଟା ମଧ୍ୟରେ ଉପଲବ୍ଧ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.