ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ଋଷିଆ ରାଷ୍ଟ୍ରପତି
କିର୍ଗିଜସ୍ତାନ,: ହମାସ ଦ୍ୱାରା ଅପ୍ରତ୍ୟାଶିତ ର୍ନିଦ୍ଦୟ ଆକ୍ରମଣର ସମ୍ମୁଖୀନ ହେବାପରେ ଇସ୍ରାଏଲର ଆତ୍ମରକ୍ଷା କରିବାର ଅଧିକାରକୁ ସ୍ବୀକୃତି ଦେଇ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ଜେରୁଜେଲମ କରି ରାଜଧାନୀ କରି ଏକ ସ୍ବାଧୀନ ପାଲେଷ୍ଟାଇନ ଦେଶ ଗଠନ କରିବାକୁ ଜୋର ଦେଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏହା ହେଉଛି ଏକମାତ୍ର ଉପାୟ ବୋଲି ପୁଟିନ କହିଛନ୍ତି। କମନୱେଲଥ ଅଫ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ସ (ସିଏସଏସ) ଶିଖର ସମ୍ମିଳନୀରେ ପୁଟିନ ଏହି ପ୍ରସଙ୍ଗ ଉଠାଇଛନ୍ତି।
ପାଲେଷ୍ଟାଇନ-ଇସ୍ରାଏଲ ବିବାଦର ବୁଝାମଣା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଉପାୟ ମାଧ୍ୟମରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପୁଟିନ ଶିଖର ସମ୍ମିଳନୀରେ କହିଛନ୍ତି। ପୁଟିନ ଆହୁରି କହିଛନ୍ତ, ମିଳିତ ଜାତିସଂଘର ଦୁଇ-ରାଷ୍ଟ୍ର କାର୍ଯ୍ୟକାରୀ କରିବା ପାଇଁ ବୁଝାମଣାର ଲକ୍ଷ୍ୟ ହେବା ଉଚିତ। ଯାହାର ଅର୍ଥ ପୂର୍ବ ଜେରୁଜେଲମକୁ ଏହାର ରାଜଧାନୀ ଭାବରେ ଏକ ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନ କରିବା ଉଚିତ୍। ଇସ୍ରାଏଲ ନିଶ୍ଚିତ ଭାବରେ କ୍ରୁରତାର ପ୍ରତିଆକ୍ରମଣ କରିଛି। କିନ୍ତୁ ନିସନ୍ଦେହ, ତାର ନିଜର ରକ୍ଷା କରିବାର ଅଧିକାର ଅଛି। ଏହାର ଶାନ୍ତିପୂର୍ଣ୍ଣ ଅସ୍ତିତ୍ୱକୁ ସୁନିଶ୍ଚିତ କରିବାର ଅଧିକାର ଅଛି। ମୁଁ ଏହାକୁ ଯେପରି ଦେଖୁଛି, ଏହି ପ୍ରକାର ପରିସ୍ଥିତିରେ ଏବଂ ଏହି ର୍ନିଦ୍ଦିଷ୍ଟ ସ୍ଥାନରେ, ଦୁଇଟି ମୁକ୍ତ ଦେଶ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।