ଉଦ୍‌ଘାଟିତ ହେଲା ହିରୋ ଇଲେକ୍ଟ୍ରିକ୍‌ର ୨ୟ ଶୋ’ରୁମ୍

0

ଭୁବନେଶ୍ୱର(ଆମ ଟିଭି):  ହିରୋ ଇଲେକ୍ଟ୍ରିକ୍‌ର ୨ୟ ଶୋ’ରୁମ୍ ରବିବାର ସ୍ଥାନୀୟ ନୟାପଲ୍ଲୀସ୍ଥିତ କ୍ରିଷ୍ଣା ଟାୱାର ନିକଟରେ ଶୁଭାରମ୍ଭ ହୋଇଯାଇଛି। ହିରୋ ଇ-ଯାନର ଚାହିଦା ବୃଦ୍ଧି ସାଙ୍ଗକୁ ଗ୍ରାହକଙ୍କ ଆବଶ୍ୟକତା ପୂରଣକୁ ଆଖିଆଗରେ ରଖି ଏହାର ଆରମ୍ଭ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ ଏବଂ ପୂର୍ବତନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିରୋ ଇଲେକ୍ଟ୍ରିକ୍‌ର ଏଏସ୍ଏମ୍ ରଣଜିତ ଦାସ, କ୍ଲିନ ଏନର୍ଜି ଅଟୋ ସଲ୍ୟୁଷନର ସିଇଓ ସିଦ୍ଧାର୍ଥ ପାତ୍ର ,ସିଟିଓ ବିଶ୍ବନାଥ ପଟ୍ଟନାୟକ ଏବଂ ସଂସ୍ଥାର ଉପଦେଷ୍ଟା ବିରଞ୍ଚି ନାରାୟଣ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ହିରୋର ବର୍ତ୍ତମାନ ସୁଦ୍ଧା ୫ଟି ମଡେଲ୍‌ ରହିଛି। ଏହି ଇ-ଯାନ ୨ଟି ବର୍ଗରେ ଆସୁଛି, ଗୋଟିଏ ହାଇସ୍ପିଡ୍ ହୋଇଥିବା ବେଳେ ଅନ୍ୟଟି କମ୍ ସିଡ୍ ରହିଛି। ଏପରିକି ଉଭୟ ଗାଡିର ପଞ୍ଜୀକରଣର କୌଣସି ଆବଶ୍ୟକତା ନାହିଁ। ସେହିଭଳି ସବୁଜ ଭାରତ ନିର୍ମାଣ ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଉକ୍ତ ଗାଡି ଉପରେ ସବ୍‌ସିଡି ପ୍ରଦାନ କରୁଛନ୍ତି। ଏହାର ଗ୍ରାହକମାନେ ଯଥାଶୀଘ୍ର ଲାଭ ଉଠାଇବା ସହ ପରିବେଶକୁ ସବୁଜ ଓ ସୁନ୍ଦର କରିବା ଦିଗରେ ସହଯୋଗ କରିବ ବୋଲି କ୍ଲିନ୍ ଏନର୍ଜି ଅଟୋ ସଲ୍ୟୁଷନ ତରଫରୁ ସିଇଓ ସିଦ୍ଧାର୍ଥ ପାତ୍ର ମତ ପୋଷଣ କରିଥିଲେ। ସେହିପରି ଶୂନ୍ୟ ପ୍ରଦୂଷଣ କ୍ଷେତ୍ରରେ ଉଭୟ ସରକାର ଓ ସାଧାରଣ ଜନତା ସହଯୋଗର ହାତ ବଢାଇବାକୁ ସରକାର ଆହ୍ଵାନ କରୁଛନ୍ତି। ଏହାର ମୂଲ୍ୟ ୬୦,୦୦୦ରୁ ୧,୩୦,୦୦୦ ଟଙ୍କା ରହିଛି। ଉକ୍ତ ଇ-ଯାନକୁ ଥରେ ଚାର୍ଜ କରି ପ୍ରାୟ ୨୦୦ କିଲୋମିଟର ପର୍ଯ୍ୟନ୍ତ ନିନ୍ଦ୍ବରେ ଯାତ୍ରା କରି ହେବ। ସୂଚନାଯୋଗ୍ୟ ଯେ ୨୦୦୭ରୁ ହିରୋ ଇଲେକ୍ଟ୍ରିକ୍ ବ୍ରାଣ୍ଡ ବଜାରରେ ପ୍ରବେଶ ସହ ଗ୍ରାହକଙ୍କ ପସନ୍ଦର ଇ-ଯାନ ପାଲଟିଛି।

Leave A Reply

Your email address will not be published.