ପୁଣି ଆନ୍ଦୋଳନର ଡାକରା ଦେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

0

ଭୁବନେଶ୍ୱର (ଆମ ଟିଭି): ପୁଣି ରାଜଧାନୀରେ ଗର୍ଜିବେ ଶିକ୍ଷକ । ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଡାକରାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଗତ ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସରେ ରାଲି ଓ କଳାବ୍ୟାଜ୍ ପରିଧାନ ପୂର୍ବକ ନୀରବ ପ୍ରତିବାଦ ଜଣାଇଥିଲେ । ସରକାର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ବସାଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ କହିଥିଲା ବେଳେ ବୈଠକ ପରେ ମଧ୍ୟ ଶିକ୍ଷକମାନଙ୍କର କୌଣସି ସମସ୍ୟାର ସମାଧାନ କରାଯାଇ ନାହିଁ କିମ୍ବା ଶିକ୍ଷକ ନେତୃତ୍ୱମାନଙ୍କ ସହିତ ସରକାର ଏଯାବତ୍ ଆଲୋଚନା କରିନାହାନ୍ତି ।

ଏଣୁ ଶିକ୍ଷକମାନଙ୍କର ବହୁବିଧ ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିଦେଇ ତାହା ପାଳନ ନକରିବା ପ୍ରତିବାଦରେ ଆଗାମୀ ୨୫ ତାରିଖ ବିଧାନସଭା ଅଧିବେଶନ ସମୟରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନେ୍ଦାଳନକୁ ଓହ୍ଲାଇବ ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.