ରଥଯାତ୍ରା ସୁରୁଖୁରୁରେ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଲେ ସେବାୟତ
ଭୁବନେଶ୍ୱର (ଆମ ଟିଭି): ଶ୍ରୀମନ୍ଦିର ଐତିହ କରିଡର ନିର୍ମାଣ କାମ ବନ୍ଦ ପାଇଁ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ପରେ ଶୁକ୍ରବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ଭେଟିଛନ୍ତି ୪୦ ରୁ ଉର୍ଦ୍ଧ୍ବ ଶ୍ରୀଜଗନ୍ନାଥ ସେବାୟତ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଐତିହ କରିଡର କାର୍ୟ୍ୟ ଆଗକୁ ବଢ଼ିବା ସହ ଆସନ୍ତା ରଥଯାତ୍ରା ସୁରୁଖୁରୁରେ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଲେ । କୋଭିଡ଼ କାରଣରୁ ଗତ ଦୁଇ ବର୍ଷ ରଥଯାତ୍ରାରେ ସାଧାରଣ ଭକ୍ତଙ୍କୁ ବାରଣ କରାଯାଇଥିଲା । ତେଣୁ ଚଳିତ ବର୍ଷ ରଥଯାତ୍ରାରେ ଭକ୍ତ ସମାଗମ ଅଧିକ ହେବ ।

୨୦୧୫ ନବଳେବଳ ପରି ଲୋକ ସମାଗମ ହେବର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ରଥଯାତ୍ରା ସୁରୁଖୁରୁରେ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେବାୟତ କହିଛନ୍ତି ।