ସୁଧୂରୁଛି ଦିଲ୍ଲୀର ସ୍ଥିତି
ନୂଆଦିଲ୍ଳୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ବିଷୟବସ୍ତୁ ହୋଇଥିବା ବେଳେ ସଭିଙ୍କ ମୁଣ୍ଡ ବଥାର କାରଣ ପାଲଟିଛି। ହେଲେ ନିକଟରେ ଏହି ପ୍ରଦୂଷଣ ସାମାନ୍ୟ କମିଥିବା ରିପୋର୍ଟ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଶନିବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଦେଖାଇଛି। ଯଦିଓ ଏହା ଏବେ ବି ‘ପୋର୍’ ବର୍ଗରେ ରହିଛି। ତଥାପି ସମାନ୍ୟ ପରିବର୍ତ୍ତନ ଅନୁଭବ ହୋଇଛି। ପୂର୍ବଦିନ ରାତି ଯାକ ବର୍ଷା ହେବା ପରେ ବି ଶନିବାର ଦିନ ଏୟାର୍ କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)୨୭୯ ରହିଥିଲା।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଶୂନରୁ ୫୦ ମଧ୍ୟରେ ଏୟାର୍ କ୍ବାଲିଟି ଇଣ୍ଡେକ୍ସ ‘ଭଲ’, ୫୧ ରୁ ୧୦୦ ମଧ୍ୟରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ହେଉଛି ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ ବା ପୋର୍’, ୩୦୧ ରୁ ୪୦୦ ‘ଅତ୍ୟନ୍ତ ଖରାପ ବା ଭେରି ପୋର୍’ ଏବଂ ୪୦୧ ରୁ ୫୦୦ ମଧ୍ୟରେ ‘ଗୁରୁତର’ ବୋଲି ବିବେଚନା କରାଯାଏ। ସେହିପରି ୫୦୦ରୁ ଅଧିକକୁ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରାଯାଏ।