ବର୍ଷାରେ ରାଜଧାନୀ ଦିଲ୍ଲୀର ସ୍ଥିତି ବେହାଲ
ଉବୁଟୁବୁ ରାଜଧାନୀ। ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ। ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି। ଦୀର୍ଘ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା। ସବୁଠି ପାଣି ଆଉ ପାଣି। ସେପଟେ ନ୍ୟୁ ଉସମାନପୁର ଅଞ୍ଚଳରେ ବର୍ଷା ପାଣିରେ ଦୁଇ ପିଲା ଭାସି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି।
ବର୍ଷା ଜଳରେ ବେହାଲ ହୋଇ ପଡ଼ିଛି ଦିଲ୍ଲୀ ମହାନଗରୀ। ରାସ୍ତାରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଛି। ଏପରିକି ଲୋକଙ୍କ ଘରେ ମଧ୍ୟ ପଣି ପଶିଯିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପିରିକି ଦିଲ୍ଲୀ ଜଳ ମନ୍ତ୍ରୀ ଆତୀଶିଙ୍କ ଘରେ ମଧ୍ୟ ପାଣି ପଶିଯାଇଥିବା ସୂଚନା ରହିଛି।
ଗତ ଦୁଇ ମାସ ଧରି ରାଜଧାନୀରେ ପ୍ରବଳ ଗରମରେ ଆଉଟୁ ପାଉଟୁ ହେଉଥିଲେ ଲକେ। ମୌସୁମୀ ପାଇଁ ତରସି ଯାଇଥିବା ଦିଲ୍ଲୀବାସୀଙ୍କୁ ତାତିରୁ ତ୍ରାହି ମିଳିଛି ସତ ହେଲେ ପ୍ରବଳ ବର୍ଷା ଯୋଗୁ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ଶୁକ୍ରବାର ଦିନ ଦିଲ୍ଲୀରେ ଗତ ତିନି ଦଶନ୍ଧି ମଧ୍ୟରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।