ବୋହୂ ପ‌ରେ ଆଖି ବୁଜିଲା ପୁଅ

0

ପୁଅ ଓ ବୋହୂଙ୍କୁ ପେଟ୍ରୋଲ ଢାଳି ବାପା ପୋଡ଼ି ମାରିଦେବା ଘଟଣା। ଏସସିବି‌ରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ହୋଇଛି। ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ଘଟିଥିଲା ଜଘନ୍ୟ କାଣ୍ଡ। ପୁଅ ଟଙ୍କା ନ ଦେବାରୁ ପୁଅ ଓ ବୋହୂଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲା ନୃଶଂସ ବାପା। ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିଲା।

ଶନିବାର ଅଭିଯୁକ୍ତ ବାପା ଗୋବର୍ଦ୍ଧନ ନିଜ ପୁଅ ଦୀନବନ୍ଧୁଙ୍କୁ ଟଙ୍କା ମାଗିଥିଲେ। ହେଲେ ଦୀନବନ୍ଧୁ ଟଙ୍କା ଦେବାକୁ ମନା କରି ଦେବାରୁ। ଏଥିରେ ଗୋବର୍ଦ୍ଧନ ଉତ୍‌କ୍ଷିପ୍ତ ହୋଇ ଘରୁ କିରୋସିନ ଆଣି ଦୀନବନ୍ଧୁଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ। ଦୀନବନ୍ଧୁ ଜଳୁଥିବା ଦେଖି ତାଙ୍କ ସ୍ତ୍ରୀ ଦୌଡ଼ି ଆସି ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ଜଳି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ଦୀନବନ୍ଧୁଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.