ମାଟି ନୁହଁ ପାର୍ଟିକୁ ଗୁରୁତ୍ୱ ଦେଲା ରାଜ୍ୟ କଂଗ୍ରେସ, ଦ୍ରୌପଦୀଙ୍କୁ ଦେବନାହିଁ ସମର୍ଥନ
ଭୁବନେଶ୍ୱର(ଆମ ଟିଭି): ମାଟି ନୁହଁ ପାର୍ଟିକୁ ଗୁରୁତ୍ୱ ଦେଲା ରାଜ୍ୟ କଂଗ୍ରେସ । ରାଷ୍ଟ୍ରପତି ନିର୍ବାଚନରେ ଏନିଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ କଂଗ୍ରେସ । ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ଦଳର ମୁଖ୍ୟ ସଚେତକ ନରସିଂହ ମିଶ୍ର । ସେ କହିଛନ୍ତି, ଦ୍ରୌପଦୀ ଜଣେ ଭଲ ମଣିଷ ଓ ଭଲ ବିଧାୟିକା । ବ୍ୟକ୍ତିଗତ ଭାବେ ମଧ୍ୟ ମୁଁ ତାଙ୍କୁ ଜାଣେ, ଆମ ସମ୍ପର୍କବି ବହୁତ ଭଲ । ସେ ଯେହେତୁ ବିଜେପିର ନୀତି ଆଉ ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନାହିଁ ।
କହିରଖୁ କି, ଆଜି ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି।