ସ୍ୱର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ରାଶି ବୃଦ୍ଧି କଲେ ରାଜ୍ୟ ସରକାର

0

ଭୁବନେଶ୍ୱର(ଆମ ଟିଭି): ସ୍ୱର୍ଗଦ୍ୱାରରେ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ନିର୍ଦ୍ଦେକ୍ରମେ ହରିଶ୍ଚନ୍ଦ୍ର ଯୋଜନା ରାଶିକୁ ୩ହଜାରରୁ ୪ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ସୋମବାର ମଧ୍ୟ ରାତ୍ରରୁ ଲାଗୁ ହୋଇଛି। ଏହାସହିତ ସ୍ବର୍ଗଦ୍ୱାର ସେବା କେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି। ଫଳରେ ଯଦି କେହି ତାଙ୍କ ରସିଦ ହଜାଇ ଦେଇଥାନ୍ତି, ତେବେ ରେଜିଷ୍ଟ୍ରେଶନ ନମ୍ବର ଦେଖାଇ ପୁଣି ସହଜରେ ଡୁପ୍ଲିକେଟ ରସିଦ ପାଇପାରିବେ।

ସେହିପରି ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉଥିବା ବ୍ୟକ୍ତି ବିଶେଷ ଦାହ କାର୍ୟ୍ୟ ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରି କୁଇଣ୍ଟାଲ ୮୦କେଜି କରାଯାଇଛି। ସେହିପରି ପଥ ଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଛି। ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ରୁ ୩୦୦ଗ୍ରାମ କରାଯାଇଛି।

Leave A Reply

Your email address will not be published.