କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର

0

ଭୁବନେଶ୍ୱର: ସବୁଠି ଏବେ କୁହୁଡି ଦେଖିବାକୁ ମିଳୁଛି । କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଏଥିପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାପାଳ ମାନଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି । ଆଗାମି ୩ ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି । ୨୦ ତାରିଖରେ ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି ।

୨୧ ତାରିଖରେ ୧୯ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି । ସେହିପରି ୨୨ ତାରିଖରେ ୧୫ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

 

Leave A Reply

Your email address will not be published.