କେରଳରେ ମାସ୍କ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର

0

ଥିରୁଭାନନ୍ତପୁରମ : କେରଳର ନିପା ସଂକ୍ରମଣକୁ ନେଇ ଆତଙ୍କ ଦେଖାଯାଇଛି। କୋଜିକୋଡେରେ ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏଠାରେ ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି। କଣ୍ଟେଣ୍ଟମେଣ୍ଟ ଜୋନ କଡାକଡି କରିବା ସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

କୋଜିକୋଡେ ଜିଲାର ସାତୋଟି ପଞ୍ଚାୟତରେ ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର, ବ୍ୟାଙ୍କ ଏବଂ ସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡିକ ସକାଳ ସାତଟାରୁ ସଂଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ନିପା ଭାଇରସ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ରାଜ୍ୟରେ ଆଲର୍ଟ ଜାରି କରିଛନ୍ତି।

Leave A Reply

Your email address will not be published.