ଆଜି ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ

0

ଭୁବନେଶ୍ୱର (ଆମ ଟିଭି): ଆଜି ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ପ୍ରତି ସୋମବାର ରାଜ୍ୟ ସଂଗ୍ରହାଳୟ ବନ୍ଦ ରହୁଥିବା ବେଳେ ଆଜି ଅର୍ଥାତ ସୋମବାର ଏହା େଖାଲା ରହିବ। ନୂଆବର୍ଷ ଥିବାରୁ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଟିକଟ ଦର ଓ ପରିଦର୍ଶନର ସମୟ ଅପରିବର୍ତ୍ତିତ ରହିଛି। ବର୍ଷ ଶେଷ ଦିନ ଅର୍ଥାତ୍ ଆଜି ସଂଗ୍ରହାଳୟରେ ନାହିଁ ନଥିବା ଭିଡ଼ ହୋଇଥିବା ବେଳେ ଆଜି ମଧ୍ୟ ଅନୁରୂପ ଭିଡ଼ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଏବେ ସଂଗ୍ରହାଳୟରେ ଅନେକ ପରିବର୍ତ୍ତନ ହୋଇଥିବା ବେଳେ ଦର୍ଶକଙ୍କୁ ତାହା ଆକୃଷ୍ଟ କରୁଛି।

ପୂର୍ବରୁ ଗୋଟିଏ ଟିକଟ କାଉଣ୍ଟର ଥିବାବେଳେ ଆଜିଠୁ ଆଉ ଗୋଟିଏ କାଉଣ୍ଟର ବୃଦ୍ଧି କରାଯାଇଛି। ଯାହାଦ୍ବାରା ତୁରନ୍ତ ଟିକଟ କରାଯାଇପାରିବ ଏବଂ ଦର୍ଶକମାନେ ଭିତରକୁ ଯାଇପାରିବେ। ଏହାଛଡା ପାର୍କିଂ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା କରାଯାଇଛି। ସଂଗ୍ରହାଳୟରେ ଦ୍ବିତୀୟ ଫାଟକ ଖୋଲିଥିବାବେଳେ ସେଠାରେ ଦୁଇ ଚକିଆ, କାର, ବସ ପାର୍କିଂ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.