ନୂଆବର୍ଷରେ ରାଜ୍ୟକୁ ମିଳିବ ନୂଆ ଡିଜିପି

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟକୁ ମିଳିବ ନୂଆ ଡିଜି। ନୂଆ ବର୍ଷରେ ରାଜ୍ୟକୁ ମିଳିବ ନୂଆ ପୁଲିସ ମହାନିର୍ଦ୍ଦେଶକ । ବର୍ତମାନର ଡିଜିପି ସୁନୀଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖରେ ସୁନୀଲ ବଂଶଲ ଅବସର ଗ୍ରହଣ କରିବେ ।

ନୂଆ ଡିଜିପି ପାଇଁ ରାଜ୍ୟ ସରକାର, ୟୁପିଏସସିକୁ ୭ ଜଣ ଆଇପିଏସଙ୍କ ନାଁ ସୁପାରିଶ କରିଛନ୍ତି । ଏହି ଆଇପିଏସ ଅଫିସର ହେଲେ ଅରୁଣ ରାୟ, ଏ.ଏମ.ପ୍ରସାଦ, ବି.ରାଧିକା, ଏସ.ଏମ.ନରବଣେ, ୱାଇ.ବି.ଖୁରାନିଆ , ସୁଧାଂଶୁ ଷଡଙ୍ଗୀ ଓ ଅରୁଣ ଷଡଙ୍ଗୀ । ଏମାନଙ୍କ ମଧ୍ୟରୁ କିଛି ଆଇପିଏସ , ୟୁପିଏସସିର ସର୍ତ୍ତାବଳୀ ପୂରଣ କରୁନାହାନ୍ତି । ତେଣୁ ପରବର୍ତୀ ପୁଲିସ ଡିଜି ଭାବେ ୟୁପିଏସସି ଯେଉଁ ଆଇପିଏସଙ୍କ ତାଲିକା ପଠାଇବେ ସେଥିମଧ୍ୟରୁ ଜଣକୁ ଡିଜିିପି ଭାବେ ଚୟନ କରିବେ ରାଜ୍ୟ ସରକାର ।

Leave A Reply

Your email address will not be published.