ଆଜି ସନ୍ଧ୍ୟାରେ ଭୀଷଣ ରୂପ ନେବ ବାତ୍ୟା

0

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାମୁଦ୍ରିକ ଝଡ଼ ‘ତେଜ୍’ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଇଏମଡି ର ସୂଚନା ଅନୁଯାୟୀ ଅକ୍ଟୋବର ୨୨ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ଅକ୍ଟୋବର ୨୫ରେ ୟେମେନ-ଓମାନ ଉପକୂଳ ଅତିକ୍ରମ କରିବ ଏହି ବାତ୍ୟା । ଏହି କାରଣରୁ ଏହି ବାତ୍ୟାର ବିଶେଷ ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ ।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଅକ୍ଟୋବର ୨୫ ତାରିଖ ସକାଳେ ଏହି ବାତ୍ୟା ଅଲ ଗୈଦା (ୟେମେନ) ଏବଂ ସାଲାଲାହ (ଓମାନ) ମଧ୍ୟରେ ୟେମେନ-ଓମାନ ଉପକୂଳ ଅତିକ୍ରମ କରିବ।

ତେବେ ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି ଯେ ବେଳେବେଳେ ବାତ୍ୟାଗୁଡ଼ିକ ଆନୁମାନିକ ଗତିପଥରୁ ବିଚ୍ୟୁତ ହୋଇଯାଆନ୍ତି, ଯାହା କି ବାତ୍ୟା ବିପର୍ଯ୍ୟୟ’ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଜୁନ୍ ମାସରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ’ ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିଲା, କିନ୍ତୁ ଏହା ପୁଣି ଥରେ ଦିଗପରିବର୍ତ୍ତନ କରି ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚି ଆଡ଼କୁ ଗତି କରିଥିଲା।

Leave A Reply

Your email address will not be published.